You are currently viewing ରିଲିଜ ହେଲା KGF-2ର ଦମଦାର ଟିଜର

ରିଲିଜ ହେଲା KGF-2ର ଦମଦାର ଟିଜର

ମୁମ୍ବାଇ, ଫିଲ୍ମ KGF-1 ର ସଫଳତା ପରେ । ଫ୍ୟାନ୍ସମାନେ ଫିଲ୍ମ କେଜିଏଫର ଚାପ୍ଟର ୨ ପାଇଁ ଉତ୍କଣ୍ଠାର ସହ ଅନାଇ ବସିଥିଲେ । ତେବେ କରୋନା ପାଇଁ ଫିଲ୍ମ ସୁଟିଂ ଏବଂ ରିଲିଜ ତାରିଖକୁ ଘୁଞ୍ଚାଇଦିଆଯାଇଥିଲା । ତେବେ ଏବେ ପ୍ରତିକ୍ଷା ଶେଷ ହୋଇଛି । KGF-2ର ଟିଜରକୁ ୟୁଟ୍ୟୁବରେ ରିଲିଜ କରିଦିଆଯାଇଛି । KGF-2ର ଟିଜରକୁ ୮ତାରିଖରେ ରିଲିଜ କରାଯିବାର ଥିଲା । କିନ୍ତୁ ଏହା ପୂର୍ବରୁ ଟିଜର ଲିକ ହେବା କାରଣରୁ ଟିଜରକୁ ୭ତାରିଖ ରାତିରେ ରିଲିଜ କରିଦିଆଯାଇଥିଲା । ଏପର୍ଯ୍ୟନ୍ତ ଟିଜରକୁ ୫୪ ମିଲିୟନରୁ ଅଧିକ ଲୋକେ ଦେଖିସାରିଲେଣି। ଟିଜର ରିଲିଜ ହେବା ପରେ ଦର୍ଶକ ଏହାକୁ ବେଶ ପସନ୍ଦ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।