You are currently viewing ଡ୍ରଗ୍ସ ମାମଲାରେ ଇଡି କାର୍ଯ୍ୟାଳରେ ପହଞ୍ଚିଲେ ଟଲିଉଡ ନିର୍ଦ୍ଦେଶକ

ଡ୍ରଗ୍ସ ମାମଲାରେ ଇଡି କାର୍ଯ୍ୟାଳରେ ପହଞ୍ଚିଲେ ଟଲିଉଡ ନିର୍ଦ୍ଦେଶକ


ନୂଆଦିଲ୍ଲୀ,୩୧/୦୮: ଇଡି ଅଫିସରେ ପହଞ୍ଚିଲେ ଟଲିଉଡ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ । ଚାରି ବର୍ଷ ପୁରୁଣା ଡ୍ରଗ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଟଲିଉଡର ନିର୍ଦ୍ଦେଶକଙ୍କୁ ସମନ ପଠାଇଥିଲେ । ଗତ ସପ୍ତାହରେ ଇଡି ତାଙ୍କୁ ପଚରାଉଚରା କରିବା ପାଇଁ ନୋଟିସ ଜାରି କରିଥିଲେ । ପୁରୀ ଜଗନ୍ନାଥ ପହଞ୍ଚିବା ପରେ ତାଙ୍କୁ ଇଡିରେ ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ୨୦୧୭ରେ ତେଲେଙ୍ଗାନା ଅବକାରୀ ବିଭାଗ ଏକ ବାର ଉପରେ ଚଢାଉ କରି ୩୦ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିବା ପରେ ୧୨ ଟି ମାମଲା ରୁଜୁ କରିଥିଲା । ଏହି ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରାଯାଇଥିଲା । ପରେ ଏକ୍ସାଇଜ୍ ବିଭାଗ ମାମଲାରେ ମନି ଲଣ୍ଡରି କୋଣରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା । ଫିଲ୍ମ ଉଣ୍ଡଷ୍ଟ୍ରିର ୧୨ ଜଣ ସଦସ୍ୟଙ୍କୁ ଡ୍ରଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିସାରିଲାଣି । ଏଥିରେ ଅନେକ ଅଭିନେତା ତଥା ଅଭିତ୍ରେୀ ନାଁ ମଧ୍ୟ ସାମିଲ ଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।