You are currently viewing ରିଲିଜ ହେଲା ‘ବଚ୍ଚନ ପାଣ୍ଡେ’ର ଟ୍ରେଲର

ରିଲିଜ ହେଲା ‘ବଚ୍ଚନ ପାଣ୍ଡେ’ର ଟ୍ରେଲର

ନୂଆଦିଲ୍ଲୀ ୧୮/୦୨: ରିଲିଜ ହେଲା ‘ବଚ୍ଚନ ପାଣ୍ଡେ’ର ଟ୍ରେଲର। ଏହାର ଟ୍ରେଲର ଦେଖି ଫ୍ୟାନ୍ସ ବହୁତ ଖୁସି ରହିଛନ୍ତି। ଏହା ପ୍ରଥମ ଥର ପାଇଁ ଅକ୍ଷୟଙ୍କ ଭୟଙ୍କର ରୂପ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଅର୍ସଦ ୱାର୍ସି, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ କ୍ରିତି ସାନନ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ହୋଲି ରେ ସିନେମାଘରେ ମୁକ୍ତି ଲାଭ କରିବ । ଟ୍ରେଲର ରିଲିଜ ହେବାର କିଛି ଘଣ୍ଟା ପୂର୍ବରୁ ଅକ୍ଷୟ କୁମାର ଫିଲ୍ମର ପୋଷ୍ଟର ସେୟାର କରିଥିଲେ। ଯେଉଁଥିରେ ଖିଲାଡି କୁମାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ନଜର ଆସିଛନ୍ତି । ପୋଷ୍ଟରରେ ଜ୍ୟାକଲିନ୍ ଏବଂ ଅକ୍ଷୟ ଏକ ରୋମାଣ୍ଟିକ୍ ମୁଡ୍‌ରେ ନଜର ଆସିଛନ୍ତି ।

ଅକ୍ଷୟ କୁମାର ଏହି ଚଳଚ୍ଚିତ୍ରରେ  ଗୁଣ୍ଡା ଭୂମିକାରେ ଅଭିନୟ କରୁଛନ୍ତି। କ୍ରିତି ସାନନ୍ ଜଣେ ଚଳଚ୍ଚିତ୍ର ନିର୍ମାତା ଯିଏ ବଚ୍ଚନ ପାଣ୍ଡେଙ୍କ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି । ତେଣୁ ସେ ବନ୍ଧୁ ଅର୍ଶଦ ୱାର୍ସିଙ୍କୁ ସାହାଯ୍ୟ ମାଗନ୍ତି । ଗୁଣ୍ଡା ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅର୍ଶଦ କ୍ରିତିଙ୍କୁ ବାରଣ କରିଛନ୍ତି । ସେ କ୍ରିତିକୁ କହିଛନ୍ତି ଯେ ‘ ସେ ହେଉଛି ରାବଣ ଯାହାର ହୃଦୟ ଏବଂ ଆଖି ଉଭୟ ପଥରରେ ନିର୍ମିତ।’ ଟ୍ରେଲରରେ ଅକ୍ଷୟଙ୍କ ସଂଳାପ ‘ମୁଝେ ଭାଇ ନେହିଁ ଗଡ୍‌ଫାଦର୍ କେହେତେ ହେଁ’ ତାଙ୍କର ଭୟାନକ ଲକ୍ ଦୃଶ୍ୟକୁ ଅଧିକ ଶକ୍ତିଶାଳୀ କରିଛି। ଏହି ଚଳଚ୍ଚିତ୍ରରେ ଗୁରୁଜୀ ଭୂମିକାରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି । ଯେତେବେଳେ କି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ବଚ୍ଚନ ପାଣ୍ଡେଙ୍କ ଗର୍ଲଫ୍ରେଣ୍ଡ ସୋଫି ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ,ଯାହାକୁ ବଚ୍ଚନ ପାଣ୍ଡେଙ୍କ ହତ୍ୟା କରିଦେଇଛନ୍ତି ।

ଟ୍ରେଲର ରିଲିଜ ହେବା ପରେ ଲୋକଙ୍କର ବିଭିନ୍ନ ପ୍ରକାର ରିଆକ୍ସନ ଦେଖିବାକୁ ମିଳିଛି। ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିବ ବୋଲି ଦର୍ଶକେ କହୁଛନ୍ତି। ସାଜିଦ ନଦିଆଦଓ୍ଵାଲାଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ଫରହାଦ ସାମଜୀ ନିର୍ଦ୍ଦେଶନା ଦେବେ।  

ଅନ୍ୟମାନଙ୍କୁ ଜଣାନ୍ତୁ।