You are currently viewing ଆରପାରିରେ ‘ଦି ୱେୟାର’ ଅଭିନେତା ମାଇକେଲ କେ ୱିଲିୟମ୍ସ

ଆରପାରିରେ ‘ଦି ୱେୟାର’ ଅଭିନେତା ମାଇକେଲ କେ ୱିଲିୟମ୍ସ

ନୂଆଦିଲ୍ଲୀ,୦୭/୦୯: ଆରପାରିରେ ହଲିଉଡ ଅଭିନେତା ମାଇକେଲ କେ ୱିଲିୟମ୍ସ ।ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ମାଇକେଲ ତାଙ୍କ ଟିଭି ସୋ ‘ଦି ୱେୟାର’ ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ଏହି ଶୋ’ରେ ତାଙ୍କୁ ଓମର ଲିଟିଲ ଭୂମିକାରେ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟରୁ ମିଳିଛି ଅଭିନେତାଙ୍କ ମୃତ ଦେହ । ନ୍ୟୁୟର୍କ ପୁଲିସ ପ୍ରାୟ ରାତି ୨ଟା ବେଳେ ତାଙ୍କ ମୃତୁଦେହ ଉଦ୍ଧାର କରିଥିଲେ । ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ନ୍ୟୁୟର୍କ ପୁଲିସ ବିଭାଗର ମୁଖ୍ୟପାତ୍ର ଲେଫ୍ଟ ଜନ୍ ଗ୍ରିମ୍ପେଲଙ୍କ କହିବା ଅନୁଯାୟୀ, ୱିଲିୟମ୍ସ ତାଙ୍କ ବ୍ରୁକଲିନ ଆପାର୍ଟମେଣ୍ଟରେ ଦ୍ୱିପହର ୨ଟାରେ ଜରୁରୀକାଳୀନ ଫୋନ କରିବା ପରେ ସେ ମୃତ ଅବସ୍ଥାରେ ମିଳିଛନ୍ତି । ଘଟଣାସ୍ଥଳକୁ ଦେଖି ସନ୍ଦେହ କରାଯାଉଛି ଯେ ସେ ଅତ୍ୟାଧିକ ମାତ୍ରାରେ ଡ୍ରଗ୍ସ ନେବା କାରଣରୁ ମୃତ୍ୟୁ ହୋଇଛି । ୱିଲିୟମ୍ସଙ୍କ ମୃତ୍ୟୁ ହେତୁ ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।