You are currently viewing ଚଳଚ୍ଚିତ୍ର ‘ପର୍ବ’କୁ  ନେଇ ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀ 

ଚଳଚ୍ଚିତ୍ର ‘ପର୍ବ’କୁ  ନେଇ ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀ 

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ତାଙ୍କ ଆଗାମୀ ସିନେମା ‘ପର୍ବ’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର କାହାଣୀ ପ୍ରଖ୍ୟାତ କନ୍ନଡ଼ ଲେଖକ ଏସଏଲ୍ ଭୈରପ୍ପାଙ୍କ ପୁସ୍ତକ ‘ପର୍ବ’ ଉପରେ ଆଧାରିତ। ତେବେ ‘ପର୍ବ’ ଏକ ସଂସ୍କୃତ ଉପନ୍ୟାସ। ଏହି ଉପନ୍ୟାସରେ ମହାଭାରତର ବିଭିନ୍ନ ଚରିତ୍ରର ବ୍ୟକ୍ତିଗତ ପ୍ରତିଫଳନ ସଂପର୍କରେ ବର୍ଣ୍ଣିତ ହୋଇଛି। ‘ପର୍ବ’ ତିନିଟି ଭାଗ ବିଶିଷ୍ଟ ଫ୍ରାଞ୍ଚାଇଜ୍ ହେବ ବୋଲି ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ନିର୍ଦ୍ଦେଶକ  ବିବେକ ଅଗ୍ନିହୋତ୍ରୀ ଆଜି ବେଙ୍ଗାଲୁରୁରେ ଏହି  ଚଳଚ୍ଚିତ୍ର ସଂପର୍କରେ ଅଧିକ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନିର୍ମାତା ତଥା ଅଭିନେତ୍ରୀ ପଲ୍ଲବୀ ଯୋଶୀ, ସହ ଲେଖକ ପ୍ରକାଶ ବେଲାୱାଡି ଏବଂ ପର୍ବ ଉପନ୍ୟାସର ଲେଖକ ଏସ ଏଲ୍ ଭୈରପ୍ପା ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ରହିବେ। 

ଅନ୍ୟମାନଙ୍କୁ ଜଣାନ୍ତୁ।