You are currently viewing ଭୃସଙ୍ଗ ପତ୍ରର ଉପକାରିତା, ଏହି ସବୁ ରୋଗରୁ ପାଇବେ ମୁକ୍ତି

ଭୃସଙ୍ଗ ପତ୍ରର ଉପକାରିତା, ଏହି ସବୁ ରୋଗରୁ ପାଇବେ ମୁକ୍ତି

ଭୃସଙ୍ଗ ପତ୍ରରେ ଯେ କୌଣସି ଖାଦ୍ୟର ସ୍ୱାଦକୁ ଉନ୍ନତ କରାଯାଇପାରେ । ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ମାତ୍ରାରେ ବ୍ୟବହାର କରାଯାଏ । ପ୍ରାୟତଃ ଲୋକେ ଏହି ଗଛକୁ ନିଜ ବାଡିରେ ଲଗାଇଥାନ୍ତି । ଆସନ୍ତୁ ଜାଣିବା ପ୍ରତିଦିନ ଭୃସଙ୍ଗ ପତ୍ର ଖାଲି ପେଟରେ ଚୋବେଇଲେ ଏହା କିପରି ଆମ ପାଇଁ ଲାଭ ଦାୟକ ହୋଇଥାଏ ।

ଦୃଷ୍ଟି ଶକ୍ତି ବଢାଇଥାଏ – ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଅନ୍ଧାରକଣା କିମ୍ବା ଆଖି ସହ ଯୋଡିତ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ । କାରଣ ଏଥିରେ ଆବଶ୍ୟକୀୟ ପୃଷ୍ଟିକାର ଭିଟାମିନ ଏ ମିଳିଥାଏ ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ – ମଧୁମେହ ରୋଗୀଙ୍କୁ ପ୍ରାୟତଃ ଭୃସଙ୍ଗ ପତ୍ର ଚୋବାଇବାକୁ ଦିଆଯାଇଥାଏ । କାରଣ ଏଥିରେ ହାଇପୋଗ୍ଲାଇମେସିକ ଗୁଣ ରହିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ।

ହଜମ ପ୍ରକ୍ରିୟାରେ ଉନ୍ନତି କରେ- ଭୃସଙ୍ଗ ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଇବା ଦ୍ୱାରା ଏହା ହଜମ ପ୍ରକି୍ରୟାରେ ଉନ୍ନତି ଆଣିଥାଏ । ଏବଂ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ଫୁଲିବା ଭଳି ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଇନଫେକ୍ସନରୁ ମୁକ୍ତି – ଭୃସଙ୍ଗ ପତ୍ରରେ ଆଣ୍ଟିଫଙ୍ଗାଲ ଏବଂ ଆଣିବାୟୋଟିକ ଗୁଣ ମିଳିଥାଏ, ଯାହା ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ ଏବଂ ରୋଗ ହେବାର ଆଶଙ୍କା ଦୂର କରିଥାଏ ।

ଓଜନ କମ୍ ହୋଇଥାଏ – ଭୃସଙ୍ଗ ପତ୍ର ଓଜନ କମାଇବା ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । କାରଣ ଏଥିରେ ଇଥିଲ ଏସିଟେଟ୍, ମହାନିମ୍ବାଇନ୍ ଏବଂ ଡିକ୍ଳୋରୋମେଟେନ୍ ଭଳି ପୋଷାକ ତତ୍ତ୍ୱ ରହିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।