You are currently viewing କେଶ କଳା କରିବାର ପ୍ରଶାଳୀ…

କେଶ କଳା କରିବାର ପ୍ରଶାଳୀ…

ପରିବର୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅଳ୍ପ ବୟସରୁ ଅନେକଙ୍କର କେଶ ପାଚି ଯାଉଛି ।। ଯାହାକୁ ଲୁଚାଇବା ପାଇଁ କଲର ଓ ଡାଇର ବ୍ୟବହାର କରାଯାଉଛି। ହେଲେ ଏଭଳି ରଙ୍ଗରେ ଥିବା କେମିକାଲ୍ସ କେଶ ଝଡ଼ିବାର କାରଣ ହେଉଛି ।
ପ୍ରତିଦିନ ଅଁଳା ରସ ପିଇବା ଦ୍ୱାରା କେଶକଳା ରହିଥାଏ । ମେହେନ୍ଦିରେ ଅଁଳା ପାଉଡ଼ର ମିଶାଇ ହେୟାର ପ୍ୟାକ୍ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ମଧ୍ୟ କେଶ କଳା ରହିଥାଏ। ନଡ଼ିଆ ତେଲରେ ଅଁଳାକୁ ଭଲ ଭାବେ ଫୁଟାଇ ଥଣ୍ଡା କରି ଏକ ବୋତଲରେ ରଖନ୍ତୁ। ସପ୍ତାହରେ ଦୁଇରୁ ତିନିଥର ଏହାକୁ କେଶରେ ଲଗାଇବା ଦ୍ୱାରା କେଶ କଳା ରହିଥାଏ ।
କେଶ ପାଚିବା ସମସ୍ୟା ଦୂର କରିବାରେ ଚା ଓ କଫି ବହୁତ ଲାଭଦାୟକ ହୋଇଥାଏ । ଏକ ଚାମଚ ଚାପତିକୁ ଏକ କପ୍ ପାଣିରେ ଭଲ ଭାବେ ଫୁଟାଇ ଥଣ୍ଡା କରିବା ପରେ ସେଥିରେ ଅଳ୍ପ କଫି ପାଉଡ଼ର ମିଶାଇ କେଶ ଶାମ୍ପୁ କରିବା ପରେ ଏହି ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏପରି କରିବା ଦ୍ୱାରା କେଶ ଧିରେ ଧିରେ କଳା ହୋଇଯାଇଥାଏ ।।
ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ କେଶରେ ମସାଜ କରିବା ଦ୍ୱାରା ମଧ୍ୟ କେଶ କଳା ହେବା ସାଙ୍ଗକୁ ରୂପି ସମସ୍ୟା ଦୂର ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।