You are currently viewing ୨ ବର୍ଷର ଶିଶୁଙ୍କୁ ଦିଆଗଲା କରୋନା ଟିକା

୨ ବର୍ଷର ଶିଶୁଙ୍କୁ ଦିଆଗଲା କରୋନା ଟିକା

ନୂଆଦିଲ୍ଲୀ, ୦୭/୦୯: ପୁରା ବିଶ୍ୱରେ ବର୍ତ୍ତମାନ ସମୟରେ ଶିଶୁଙ୍କୁ ଟିକା ଦେବାର ପରୀକ୍ଷଣ ଚାଲିଛି । ଟିକାକୁ ଶିଶୁଙ୍କ ରୋଗ ପ୍ରତିରୋଧକ କ୍ଷମତା ଉପରେ ପରୀକ୍ଷା କରାଯାଉଛି । ଏହାରି ଭିତରେ କ୍ୟୁବା ଦୁନିଆର ପ୍ରଥମ ଦେଶ ଯେଉଁଠାରେ ୨ ବର୍ଷର ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଛି ।ଏଠାରେ ଦୁଇଟି କରୋନା ଟିକା ଦିଆଯାଉଛି । ଏହି ଟିକାକୁ କ୍ୟୁବାରେ ହିଁ ତିଆରି କରାଯାଇଛି । କିନ୍ତୁ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନ୍ୟତା ଦେଇନାହିଁ । ସୂଚନା ଅନୁଯାୟୀ ସୋମବାର ଠାରୁ ଦେଶରେ ୨ ରୁ ୧୧ ବର୍ଷାୟ ପିଲାଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ ଏହି ଦେଶ ୧୨ ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କରୋନା ଟିକା ଦେବା ଆରମ୍ଭ କରିଥିଲେ । ଏବେ ୨ ବର୍ଷର ପିଲାଙ୍କୁ କ୍ୟୁବାରେ କରୋନା ଟିକା ଦିଆଯାଇଛି । ଏଥିରେ ଅବଦଲା ଏବଂ ସୋବ୍ରାନା ଟିକା ସାମିଲ ଅଛି । ଶିଶୁଙ୍କୁ ଟିକା ଦେବାରେ କ୍ୟୁବା ବିଶ୍ୱର ପ୍ରଥମ ଦେଶ ବୋଲି କୁହାଯାଇଛି । ତେବେ ଭାରତରେ ଖୁବଶୀଘ୍ର ୧୨ ବର୍ଷ କିମ୍ବା ତା ଠାରୁ ଅଧିକ ବୟସର ପିଲାଙ୍କୁ ଭ୍ୟାକସିନ ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।