You are currently viewing ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ

ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲ

ଥାନେ (୧୭.୯.୨୨) : ଟ୍ୟୁସନ ସାରଙ୍କୁ ମିଳିଛି ଦଣ୍ଡ । ମୁମ୍ବାଇରେ କୋଚିଂ ସେଣ୍ଟର ଖୋଲି ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ୪୪ ବର୍ଷୀୟ ସାରଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ହୋଇଛି । ବୁଧବାର ମୁମ୍ବାଇ ଜିଲ୍ଲା କୋର୍ଟ ଏହି ରାୟ ଶୁଣାଇଥିଲେ । ଆଡିସନାଲ ସେସନ୍ସ ଜଜ୍ ମାହେଶ୍ୱରୀ ବି ପଟୱାରୀ ଟ୍ୟୁସନ ସାର ସଞ୍ଜୟ ବାଗଚନ୍ଦନିଙ୍କ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ କରିଛନ୍ତି । ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ପୀଡିତାଙ୍କ ବୟଷ ୧୭ ହୋଇଥିବା ବେଳେ ସେ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିଲେ । ଏହି ଘଟଣା ୨୦୧୯ ଅକ୍ଟେବର ମାସରେ ପୁରାଘଟଣା ଘଟିଥିଲା । କ୍ଲାସ ସରିବା ପରେ ସଞ୍ଜୟ ସାର ତାଙ୍କୁ ନୋଟ ଦେବା ପାଇଁ କହି ଏକୁଟିଆ ରହିବାକୁ କହିଲେ । ଏହା ପରେ ସେ ଛାତ୍ରୀଙ୍କୁ ନିଜ ଘରକୁ ନେଇଥିଲେ । ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ କରିଥିଲେ । ୨୦୨୦ ମସିହାରେ ଏକାଧିକ ଥର ଭିଡିଓ ଭାଇରାଲ କରିଦେବା ଧମକ ଦେଇ ସେ ଛାତ୍ରୀଙ୍କୁ ନିଜ ଘରକୁ ଡାକୁଥିଲେ ଏବଂ ଦୁଷ୍କର୍ମ କରୁଥିଲେ । ଯେତେବେଳେ ଛାତ୍ରୀ ଏହାକୁ ବିରୋଧ କରୁଥିଲେ ସେତେବେଳେ ଧମକ ଦେଇ ଚୁପ କରାଇ ଦେଉଥିଲେ । ଶେଷରେ ସହିବାର ସୀମା ଟପିଯିବାରୁ ଛାତ୍ରୀ ଜଣଙ୍କ ସବୁ କଥା ଘର ଲୋକଙ୍କୁ କହିଥିଲେ । ପରିବାର ଲୋକ ଏ ନେଇ ଅଭିଯୋଗ କରିବା ପରେ ଟ୍ୟୁସନ ସାରଙ୍କୁ ପୋଲିସ ଗିରଫ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।