You are currently viewing ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ଲକ୍ଷୌ୍‌(୩.୯.୨୨) : ଉତ୍ତରପ୍ରଦେଶର ବାରବାଙ୍କିଠାରେ ଏକ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ତେବେ ବସ୍‌ର ଚକ୍କା ପମ୍ପଚର ହେବାରୁ ବସ୍‌ଟି ରାସ୍ତା କଡରେ ଠିଆ ହୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଗତ କାଲି ୟୁପିର ରୁପାଡିହାଠାରୁ ଗୋଆ ଅଭିମୁଖେ ଏକ ବସ୍ ଯାଉଥିବା ବେଳେ ସେଥିରେ ପ୍ରାୟ ୧୦୦ ଉପରେ ଯାତ୍ରୀଥିଲେ । ବସ୍‌ରେ ଥିବା ସମସ୍ତ ଯାତ୍ରୀ ନେପାଳର ବୋଲି ଜଣାପଡିଛି । ସେମାନେ କାମ ପାଇଁ ଗୋଆ ଯାଉଥିଲେ । ବାରବାଙ୍କିର ରାମନଗର ଥାନା ଅଧିନ ମହଙ୍ଗୁପୁର ଗ୍ରାମ ନିକଟରେ ରାତି ପ୍ରାୟ ୩ ଟା ସମୟରେ ବସ୍‌ଟି ପମ୍ପଚର ହୋଇଥିଲା । ଏହା ପରେ ବସ୍ ଡ୍ରାଇଭର ଟାୟାର ବଦଳାଇଥିଲା । ଏହି ସମୟରେ ପଛରୁ ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ୍ ବସକୁ ଧକ୍କା ଦେଇଥିଲା । ଏହି ଘଟଣାରେ ଅନେକ ଯତ୍ରୀ ଆହତ ହେଇଥିବା ବେଳେ ୬ ଜଣ ଗୁରୁତ୍ୱା ଅଛନ୍ତି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।