You are currently viewing ଦେଶରେ ଦିନକରେ ୪୩,୫୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୬୪୦ ମୃତ

ଦେଶରେ ଦିନକରେ ୪୩,୫୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୬୪୦ ମୃତ

ନୂଆଦିଲ୍ଲୀ-୨୯.୦୭.୨୦୨୧, ଦେଶରେ ଦିନକରେ ୪୩ ହଜାର ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩,୧୫,୨୮,୧୧୪କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୬୪୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪,୨୨,୬୬୨କୁ ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍ ୪ ଲକ୍ଷ ୩ ହଜାର ୮୪୦, ସୁସ୍ଥ- ୩ କୋଟି ୭ ଲକ୍ଷ ୧ ହଜାର ୬୧୨। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।