You are currently viewing ନୀରଜ ଚୋପ୍ରାଙ୍କୁ ଉପହାର ଦେଲେ ଅଭିନବ ବିନ୍ଦ୍ରା

ନୀରଜ ଚୋପ୍ରାଙ୍କୁ ଉପହାର ଦେଲେ ଅଭିନବ ବିନ୍ଦ୍ରା

ନୂଆଦିଲ୍ଲୀ,୨୩/୦୯: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଜାଭେଲିନ ଥ୍ରୋର ନରୀଜ ଚୋପ୍ରାଙ୍କୁ ଭେଟିଛନ୍ତି ଅଭିନବ ବିନ୍ଦ୍ରା । ଏହି ଅବସରରେ ନୀରଜଙ୍କୁ ଏକ କୁକୁର ଛୁଆ ଉପହାର ଆକାରରେ ଦେଇଛନ୍ତି । ଯାହାର ନାମ ଟୋକିଓ । ଏହି କୁକୁର ଛୁଆଟି ନୀରଜଙ୍କୁ ପ୍ୟାରିସ ଅଲିମ୍ପିକ୍ସରେ ଆହୁରୀ ଭଲ କରିବା ଲାଗି ଅନୁପ୍ରେରିତ କରିବ ବୋଲି ବିନ୍ଦ୍ରା ଏହି ଅବସରରେ ଆଶାପ୍ରକାଶ କରିଥିଲେ । ନୀରଜ ଅଗଷ୍ଟ ମାସରେ ଅନୁଷ୍ଠିତ ଅଲମ୍ପିକ୍ସରେ ପ୍ରଥମ ଭାରତୀୟ ଭାବରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ଭାରତର ୧୨୧ ବର୍ଷର ପଦକ ମରୁଡି ଶେଷ କରି ପଦକ ବିଜୟୀ ହୋଇଥିଲେ ।

ନୀରଜଙ୍କ ସହ ମହାମିଳନର ଫଟୋକୁ ଟ୍ୱିଟ କରି ଅଭିନବ ବିନ୍ଦ୍ରା ଲେଖିଛନ୍ତି ଯେ, ଭାରତର ସୂର୍ଣ୍ଣିମ ମଣିଷ ନୀରଜ ଚୋପ୍ରା ସହ ଭେଟିବା ଏବଂ ତାଙ୍କ ସହ କଥା ହେବା ମୋତେ ଢେର ଆନନ୍ଦ ଦେଇଥିଲା । ମୁଁ ଆଶ କରୁଛି ଟୋକିଓ ତୁମକୁ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ନୂଆ କିର୍ତ୍ତିମାନ ସ୍ଥାପନ କରିବା ଲାଗି ଅପୁପ୍ରେରିତ କରିବ । ସୂଚନା ଅନୁଯାୟୀ ୨୦୦୮ ମସିହାରେ ବେଜିଙ୍ଗ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଅଭିନବ ବିନ୍ଦ୍ରା ଐତିହାସିକ ସଫଳତା ଲାଭ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।