Delhi-

ଦିଲ୍ଲୀରେ ବଢି ଚାଲିଛି ବାୟୁ ପ୍ରଦୂଷଣ, କରାଯିବ କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ବିଗୁଡିଛି ଦିଲ୍ଲୀ ବାୟୁ ଗୁଣାବତ୍ତା। ଗତ ସପ୍ତାହେ ମଧ୍ୟରେ ବାୟୁ ଗୁଣବତ୍ତାର ତୀବ୍ର ହ୍ରାସ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 20-21ରେ ସହରରେ କୃତ୍ରିମ ବର୍ଷାର ଯୋଜନା କରୁଛନ୍ତି ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ୍। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଅତିଶୀ ଆଇଆଇଟି କାନପୁରର ଏକ ଟିମ୍ ସହ ଏନେଇ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ ବାୟୁ ଗୁଣାବତ୍ତାରେ ତୁରନ୍ତ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷା ସହାୟ ହୋଇପାରିବ ବୋଲି ଆଇଆଇଟି ଟିମ୍ ପ୍ରସ୍ତାବ ଦେଇଛି। ଏହାପରେ କିପରି କୃତ୍ରିମ ବର୍ଷା କରାଯାଇ ପାରିବ ସେନେଇ ଆଇଆଇଟି ଟିମକୁ ବିସ୍ତୃତ ସୂଚନା ମାଗିଛନ୍ତି ଦିଲ୍ଲୀ ସରକାର। ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯିବ। ଯଦି ଯୋଜନା ଉପରେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳେ, ତେବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପଦକ୍ଷେପ ନେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।