You are currently viewing ୧୦ ମହଲାରୁ ଡେଇଁ ଜୀବନ ହାରିଲେ ଓଡିଆ ଅଫିସର

୧୦ ମହଲାରୁ ଡେଇଁ ଜୀବନ ହାରିଲେ ଓଡିଆ ଅଫିସର

ନୂଆଦିଲ୍ଲୀ (୧୭/୧୧), ୧୦ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରି ଜୀବନ ହାରିଲେ RAWରେ କାର୍ଯ୍ୟରତ ଓଡ଼ିଆ ଅଫିସର । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ଦିଲ୍ଲୀ ସ୍ଥିତ ଅଫିସର ୧୦ ମହଲାରୁ ଡେଇଁଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ମୃତ ଅଫିସର ହେଲେ ଅନିକେତ କୁମାର । ତାଙ୍କ ଘର କଟକରେ ବୋଲି ସୂଚନା ମିଳିଛି । ସକାଳୁ ଡ୍ୟୁଟି ପାଇଁ ସାଉଥ ଦିଲ୍ଲୀ ସ୍ଥିତ ଅଫିସରେ ପହଞ୍ଚିଥିଲେ ଅନିକେତ । ଏହାର କିଛି ସମୟ ପରେ ୧୦ ମହଲା ବିଲ୍ଡିଂରୁ ଡେଇଁ ପଡିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । କୁହାଯାଉଛି ସେ ମାନସିକ ଚାପଗ୍ରସ୍ତ ଥିଲେ । ମାତ୍ର ଡିପ୍ରେସନର କାରଣ କଣ ହୋଇପାରେ । ପାରିବାରିକ ନା ଚାକିରିରେ ସମସ୍ୟା ଥିଲା ଜଣା ପଡିନି । ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ଖୋଳତାଡ କରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।