You are currently viewing ବିପଦ ଆମେରିକୀୟ ବୁଲି ଡଗ୍ସ, ବ୍ୟାନ୍ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ବିପଦ ଆମେରିକୀୟ ବୁଲି ଡଗ୍ସ, ବ୍ୟାନ୍ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ଏଏନଏସ୍: ସମାଜ ପାଇଁ ବିପଦ ଆମେରିକୀୟ ବୁଲି ଡଗ୍ସ। ବିଶେଷ କରି ଏହା ଶିଶୁଙ୍କ ପାଇଁ ଭୟଙ୍କର ପ୍ରମାଣିତ ବି ହୋଇଛି। ଆମେରିକାନ୍ ଏକ୍ସଏଲ ବୁଲି ଡଗ୍ସ ପାଖରେ ଆକ୍ରମଣାତ୍ମକ ସ୍ୱଭାବ ଦେଖିବାକୁ ମିଳିଥାଏ। ସେଥିପାଇଁ ଏହି ପ୍ରଜାତିର କୁକୁରକୁ ବ୍ୟାନ୍ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍। ଏହାସହ ଦେଶରେ ହୋଇଥିବା କୁକୁର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି ସୁନକ୍। ଅଧିକାଂଶ ଆକ୍ରମଣ ଏହି ପ୍ରଜାତିର କୁକୁର ଦ୍ୱାରା ହୋଇଥିବା ନଜର ଆସିଛି। ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ଏକ ଭିଡିଓ କରି ସ୍ପଷ୍ଟ କରିଛନ୍ତି ଋଷି ସୁନକ୍।

ସୂଚନା ଥାଉକି, ଚଳିତ ସପ୍ତାହରେ ଷ୍ଟେଫର୍ଡ ଶାୟରରେ ଏକ୍ସଏଲ ବୁଲି ପ୍ରଜାତିର କୁକୁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣଙ୍କର ମୃତୁ୍ୟ ହୋଇଯାଇଛି। ଏହା ପୂର୍ବରୁ ଏହି କୁକୁରର ଆକ୍ରମଣରେ ୧୧ବର୍ଷର ଶିଶୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଥିଲା। ତେବେ ଏହି କୁକୁର ପାଇଁ ବର୍ଷର ଶେଷ ସୁଦ୍ଧା ସ୍ୱତନ୍ତ୍ର ଆଇନ୍ ଆସିବ। ବର୍ତ୍ତମାନ ସ୍ଥିତିରେ ଏହି କୁକୁରକୁ ବ୍ୟାନ୍ କରିଛନ୍ତି ଋଷି ସୁନକ।

ଅନ୍ୟମାନଙ୍କୁ ଜଣାନ୍ତୁ।