You are currently viewing ବଜେଟ୍ ୨୦୨୨-୨୦୨୩: ସ୍କୁଲ ପିଲାଙ୍କ ପାଇଁ ହେବ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ

ବଜେଟ୍ ୨୦୨୨-୨୦୨୩: ସ୍କୁଲ ପିଲାଙ୍କ ପାଇଁ ହେବ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ-୦୧.୦୨.୨୦୨୨, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।  ଏହି ବଜେଟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଛି ବଡ଼ ଘୋଷଣା । ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲଙ୍କୁ  ଟିଭି ଜରିଆରେ ପାଠପଢ଼ା ହେବ। ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ଶହ ଚ୍ୟାନେଲ ହେବ ବୋଲି ଆଜି ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପନ କରି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନ୍ୟାସନାଲ ଟେଲି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ନିମହାନ୍ସ ସହାୟତାରେ ଟେଲି ମେଣ୍ଟାଲ ହେଲ୍‌ଥ ଆରମ୍ଭ କରାଯିବ । ଏହା ସହ ଅଙ୍ଗନାବାଡ଼ିକୁ ଅଧିକ ସୁଦୃଢ଼ କରାଯିବ  । ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନାବାଡ଼ିକୁ ଅପଗ୍ରେଡ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।