You are currently viewing ଓଲଟିଲା ବସ ୬ ମୃତ

ଓଲଟିଲା ବସ ୬ ମୃତ

ଅମରାବତୀ (୮.୧୨.୨୨) :   ଓଲଟି ପଡିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୬ ଜଣଙ୍କ ଜୀବନ। ଏଥିସହ ଅନ୍ୟ ୨୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର୍‌ରେ। ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଇରାଲ ମଣ୍ଡଳର ବଲିଜାପଲ୍ଲେ ଗାଁରୁ ଆରମ୍ଭ ହୋଇଥିଲା ବରଯାତ୍ରୀ। ଟ୍ରାକ୍ଟରରେ ବସି ଝିଅ ଘର ଆଡକୁ ବରଯାତ୍ରୀ ଯାଉଥିଲେ। ଏମାନେ ଗୁରୁବାର ସକାଳେ ଜେଟ୍ଟିପଲ୍ଲେ ଗାଁରେ ହେବାକୁ ଥିବା ବିବାହରେ ସାମିଲ ହୋଇଥାନ୍ତେ। କିନ୍ତୁ ଅଧବାଟରେ ହିଁ ବରଯାତ୍ରୀଙ୍କୁ ନେଇ ଆସୁଥିବା ଟ୍ରାକ୍ଟରଟି ଦ୍ରୁତ ଗତି ଯୋଗୁ ଭାରସାମ୍ୟ ହରାଇଥିଲା ଓ ରାସ୍ତାକଡକୁ ଓଲଟି ପଡିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।