You are currently viewing ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତ୍ରୀ ପାୟଲ ରୋହତଗି

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତ୍ରୀ ପାୟଲ ରୋହତଗି

ନୂଆଦିଲ୍ଲୀ,୦୧/୦୯: ବିବାଦୀୟ ମନ୍ତବ୍ୟକୁ ନେଇ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କ ନାମରେ ପୁଣେରେ ମାମଲା ରୁଜୁ ହୋଇଛି । ନେହେରୁ- ଗାନ୍ଧୀ ପରିବାରର ଲୋକଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ ଅଭିନେତ୍ରୀଙ୍କ ଉପରେ ଏହି ମାମଲା ହୋଇଛି । ପାୟଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ମହାତ୍ମା ଗାନ୍ଧୀ,ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏହି ଭିଡିଓ ଯୋଗୁଁ ପାୟଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ସୋସିଆଲ ମିଡିଆ ଭିଡିଓ ଯୋଗୁଁ ପୂର୍ବରୁ ବି ପାୟଲ ଅନେକ ଥର ଫସିଛନ୍ତି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ତରଫରୁ ମିଳିଥିବା ସୂଚନା ଅନୁଯାୟୀ ପାୟଲ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ମହାତ୍ମା ଗାନ୍ଧୀ,ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।ପାୟଲଙ୍କ ଉପରେ ଧାରା ୧୫୩(କ),୫୦୦,୫୦୫(୨) ଓ ଧାରା ୩୪ ଆଧାରରେ ମାମଲା ରୁଜୁ କରାଯାଇଛି । ପାୟଲଙ୍କ ଏଭଳି ଆପତ୍ତିଜନକ ଶବ୍ଦ ବ୍ୟବହାରକୁ ନେଇ ପୁଣେ କଂଗ୍ରେସ କମିଟି ଦ୍ୱାରା ଶିବାଜୀ ନଗର ଥାନାରେ ଅଭିଯୋଗ ହୋଇଥିଲା । ୩୬ ବର୍ଷୀୟା ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ଭିଡିଓ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।