You are currently viewing ଦେଶରେ ଦିନକରେ ୩୯,୦୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୧ ମୃତ

ଦେଶରେ ଦିନକରେ ୩୯,୦୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୧ ମୃତ

ନୂଆଦିଲ୍ଲୀ-୦୮.୦୮.୨୦୨୧, ଦେଶରେ ଦିନକରେ ୩୯ ହଜାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୯ ଲକ୍ଷ ୩୪ ହଜାର ୪୫୫କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୪୯୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୭ ହଜାର ୮୬୨କୁ ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍ ୪ ଲକ୍ଷ ୬ ହଜାର ୮୨୨, ସୁସ୍ଥ- ୩ କୋଟି ୧୦ ଲକ୍ଷ ୯୯ ହଜାର ୭୭୧। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।