You are currently viewing ଦେଶରେ ୩୦,୭୭୩ କରୋନା ଆକ୍ରାନ୍ତ ଚିହ୍ନଟ, ୩୦୯ ମୃତ

ଦେଶରେ ୩୦,୭୭୩ କରୋନା ଆକ୍ରାନ୍ତ ଚିହ୍ନଟ, ୩୦୯ ମୃତ

ନୂଆଦିଲ୍ଲୀ-୧୯.୦୯.୨୦୨୧, ଦେଶରେ ଦିନକରେ ୩୦ ହଜାର ୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତ ସଂଖ୍ୟା ୩ କୋଟି ୩୪ ଲକ୍ଷ ୪୮ ହଜାର ୧୬୩କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୩୦୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୮୩୮କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୩ ଲକ୍ଷ ୩୨ ହଜାର ୧୫୮, ସୁସ୍ଥ-୩ କୋଟି ୨୬ ଲକ୍ଷ ୭୧ ହଜାର ୧୬୭ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।