You are currently viewing କରୋନା ଭ୍ୟାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷା: ଟ୍ରାଏଲ ଡୋଜ ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନା ଭ୍ୟାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷା: ଟ୍ରାଏଲ ଡୋଜ ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, କରୋନା ସଙ୍କଟ ମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଉପରେ ପ୍ରଥମେ ଟ୍ରାଏଲ କରାଯାଇଛି । କୋଭାକ୍ସିନ ଟିକା ନେବା ପରେ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ଅନିଲ । ୪୨ ଦିନ ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ଆସିବ । ପୂର୍ବରୁ ୨ଟି ପର୍ଯ୍ୟାୟର ପରୀକ୍ଷଣ ସଫଳ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।