You are currently viewing ପାକିସ୍ଥାନରେ ଅତ୍ମଘାତି ବିସ୍ଫୋଣଣରେ ମୃତ୍ୟୁ ସଂଖ୍ୟା ୧୫୦ କୁ ବୃଦ୍ଧି

ପାକିସ୍ଥାନରେ ଅତ୍ମଘାତି ବିସ୍ଫୋଣଣରେ ମୃତ୍ୟୁ ସଂଖ୍ୟା ୧୫୦ କୁ ବୃଦ୍ଧି

ପାକିସ୍ଥାନ (୩୧.୦୧.୨୩) : ପାକିସ୍ତାନରେ ବଡ଼ ଧରଣ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ପାକିସ୍ତାନର ପେଶୱାରରେ ଥିବା ଏକ ମସଜିଦରେ ଏହି ବିସ୍ପୋରଣ ହୋଇଛି । ଏହି ବିସ୍ଫୋରଣରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ନମାଜ ସମୟରେ ମସଜିଦରେ ପାଖାପାଖି ୫୫୦ ଲୋକ ଥିଲେ । ଆତ୍ମଘାତୀ ବିସ୍ପୋରଣକାରୀ ଜଣକ ଲୋକଙ୍କ ଗହଣରେ ଥିଲା । ବିସ୍ପୋରଣ ପରେ ମସଜିଦର କିଛି ଅଂଶ ଭୁଷୁଡ଼ି ପଡ଼ିଥିବାବେଳେ ଏହା ତଳେ କିଛି ଲୋକ ଚାପି ହୋଇଥିବା ସନ୍ଦେହ କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଁଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ଏହି ବିସ୍ପୋରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ତାଲିବାନ ନିଜକୁ ଦାୟୀ କରିଛି । ଘଟଣା ପରେ ପୂରା ସହରରେ ମେଡିକାଲ ଏମରଜେନ୍ସି ଘୋଷଣା କରାଯାଇଛି । ବିସ୍ଫୋରଣ ପରେ ପାକିସ୍ତାନରେ ହାଇଆଲର୍ଟ ଜାରି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।