arvind-kejriwal

କେଜ୍ରିୱାଲଙ୍କୁ ସର୍ତମୁଳକ ଜାମିନ  

ଏଏନଏସ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା କେଜ୍ରିୱାଲଙ୍କୁ ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଦେଶରେ ଚାଲିଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଦଳର ପ୍ରଚାର ପାଇଁ ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଅନ୍ତରୀଣ ଜାମିନ ଅବଧି ସାରିବା ପରେ ଜୁନ ୨ରେ ପୁଣି ଥରେ କେଜ୍ରିୱାଲ ଜେଲକୁ ଫେରିବେ। ଏନେଇ ଗତ ୭ତାରିଖ ଶୁଣାଣୀ କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ। କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ କୋର୍ଟ ସର୍ତ ସହ ୧ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।