arvind-kejriwal

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ 

ଏଏନଏସ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଗିରଫଦାରୀ ବିରୋଧରେ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ଆବେଦନକୁ ଖାରଜ କରି କହିଛନ୍ତି, ଏହା କେନ୍ଦ୍ର ସରକାର ଓ କେଜ୍ରିୱାଲଙ୍କ ଭିତରେ ମାମଲା ନୁହେଁ  ବରଂ ଏହା ଇଡି ଏବଂ କେଜ୍ରିୱାଲଙ୍କ ଭିତରେ ମାମଲା । ମନି ଲଣ୍ଡ୍ରିଂ ମାମଲାରେ ଏଜେନ୍ସି ତାକୁ ଗିରଫ କରିଛି । ତେଣୁ କାହାକୁ ବି ଏ ମାମଲାରେ ବିଶେଷାଧିକାର ଦିଆଯିବ ନାହିଁ । ଇଡି ପାଖରେ ପଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।