You are currently viewing ଦିଲ୍ଲୀରୁ ଲଣ୍ଡନ ଯିବ ବସ୍, ଜଣକୁ ଭଡା ୧୫ ଲକ୍ଷ

ଦିଲ୍ଲୀରୁ ଲଣ୍ଡନ ଯିବ ବସ୍, ଜଣକୁ ଭଡା ୧୫ ଲକ୍ଷ

ନୂଆଦିଲ୍ଲୀ-୧୭.୦୨.୨୦୨୨, ଆପଣଙ୍କୁ ବସରେ ଯାତ୍ରା କରିବାକୁ ଭଲ ଲାଗେ କି ? ତେବେ ସୁବର୍ଣ୍ଣ ସୁଯୋଗ । ଖୁବଶୀଘ୍ର ଆପଣ ସଡ଼କ ପଥରେ ବି ଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିପାରିବେ । ଭାରତ-ମିଆଁମାର ସୀମାରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଯିବା ପରେ ଆଗାମୀ ଦିନରେ ଦିଲ୍ଳୀରୁ ଲଣ୍ଡନ ବସ୍ ଚଳାଚଳ କରିବା ନେଇ ଯୋଜନା ଚାଲିଛି । ଆଶା କରାଯାଉଛି ଯେ, ଚଳିତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରୁ ଲଣ୍ଡନ ବସ ସେବା ଆରମ୍ଭ ହୋଇଯିବ ।
ସୂଚନା ଅନୁସାରେ, ତେବେ ଦିଲ୍ଲୀରୁ ଲଣ୍ଡନରେ ପହଞ୍ଚିବା ପାଇଁ ଆପଣଙ୍କୁ ୧୮ଟି ଦେଶ ଏବଂ ପୁରା ୨୦ ହଜାର କିଲୋମିଟର ବୁଲିବାକୁ ପଡ଼ିବ । ଏଥିପାଇଁ ଯାତ୍ରୀମାନଙ୍କୁ ବସ୍ ଭଡ଼ା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଲଣ୍ଡନରେ ପହଞ୍ଚିବା ପାଇଁ ବସକୁ ପ୍ରାୟ ୭୦ ଦିନ ଲାଗିବ । ଏଥିରେ ବସର ଟିକେଟ, ଭିସା ଓ ଅନ୍ୟ ଦେଶରେ ରହିବାର ବ୍ୟବସ୍ଥା ମଧ୍ୟ ସାମିଲ ରହିଛି । ଦିଲ୍ଲୀ ଛାଡ଼ିବା ପରେ ବସଟି ପ୍ରଥମେ ମିଆଁମାରରେ ପହଞ୍ଚିବ । ଏହା ପରେ ଥାଇଲାଣ୍ଡ, ଲାଓସ, ଚୀନ, କିର୍ଗିସ୍ତାନ, ଉଜବେକିସ୍ତାନ, କଜାକସ୍ତାନ, ଲାତାଭିଆ, ଲିଥୁଆନିଆ, ପୋଲାଣ୍ଡ, ଚେକ ଗଣରାଜ୍ୟ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ଫ୍ରାନ୍ସ ଅତିକ୍ରମ କରିବାକୁ ପଡିବ । ସୂଚନାଯୋଗ୍ୟ, ଆଜିକୁ ୭୨ ବର୍ଷ ପୂର୍ବରୁ କୋଲକାତା ଓ ଲଣ୍ଡନ ମଧ୍ୟରେ ବସ ସେବା ଆରମ୍ଭ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।