You are currently viewing ଗାଦି ଛାଡିପାରନ୍ତି ଇମ୍ରାନ

ଗାଦି ଛାଡିପାରନ୍ତି ଇମ୍ରାନ

ଇସଲାମାବାଦ- ୩୦/୦୩, ପାକିସ୍ତାନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା । ଇମ୍ରାନ ସରକାରଙ୍କ ହାତ ଛାଡ଼ିଛି ସହଯୋଗୀ ଏମକ୍ୟୁଏମ୍ । ଆସ୍ଥା ଭୋଟ ପୂର୍ବରୁ ଇମ୍ରାନଙ୍କ ସହଯୋଗୀ ପାର୍ଟି ଏମକ୍ୟୁଏମ୍ ବିରୋଧୀ ଦଳ ସହ ଚୁକ୍ତି କରିସାରିଛି । ବିରୋଧୀ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ହାତ ମିଳାଇଲା ଏମକ୍ୟୁଏମ । ଏମକ୍ୟୁଏମ ସହିତ ସଂପର୍କ ଶେଷ ହେବା ପରେ ଇମ୍ରାନ ସମର୍ଥକଙ୍କ ସାଂସଦଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ସରକାର ବଞ୍ଚାଇବାକୁ ୧୭୨ ସାସଂଦଙ୍କ ସମର୍ଥନ ଆବଶ୍ୟକ । ସେହିପରି ବିରୋଧୀ ଦଳର ସାଂସଦଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି ।
ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବିରୋଧୀ । ଇମ୍ରାନ ଖାନ ସରକାର ସଂସଦର ନିମ୍ନ ଗୃହରେ ନିଜର ବହୁମତ ହରାଇଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ ଗ୍ରହଣ କରାଯାଇପାରେ ବୋଲି ଜଣାପଡିଛି । ତେବେ ଏହି ପରିସ୍ଥିତିରେ ଇମ୍ରାନ ସରକାରଙ୍କ ଶାସନ କାଳ ଶେଷ ହେବାର ସମ୍ଭାବନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।