You are currently viewing ମସ୍କୋ ଗନ୍ ପାଉଡର୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ମସ୍କୋ ଗନ୍ ପାଉଡର୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ମସ୍କୋ,୨୩/୧୦:ମସ୍କୋ ଗନ୍ ପାଉଡର୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣଟି ରୁଷ୍ର ମସ୍କୋ ଠାରୁ ପ୍ରାୟ ୨୭୦ କି.ମି. ଦୂର ରାୟଜନ ରିଜିଅନର ଇଲାଷ୍ଟିକ୍ ଗନ ପାଉଡର ଫ୍ୟାକ୍ଟ୍ରିରେ ଘଟିଛି । ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ ଫ୍ୟାକ୍ଟ୍ରିଟି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି ।। ବାରୁଦରୁ ଆଉ ବିସ୍ଫୋରଣ ଭୟରେ ସମଗ୍ର ଅଞ୍ଚଳକୁ କର୍ଡନ କରି ଦିଆଯାଇଛି। ସୂଚନା ଅନୁଯାୟୀ ଗନ୍ ପାଉଡର୍ ଫ୍ୟାକ୍ଟ୍ରିରେ  ଗନ ପାଉଡର ଉତ୍ପାଦନ ବେଳେ କୌଣସି ତ୍ରୁଟି ଯୋଗୁ ଏହି ବିସ୍ଫୋରଣ ହୋଇଛି ବୋଲି ସନ୍ଦେହ କରାଯାଉଛି ।   ତେବେ ଏହି  ଘଟଣାରେ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇ କେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।