You are currently viewing ଦିଲ୍ଲୀରେ ଚାଷୀ ଓ ପୋଲିସ ମୁହାଁମୁହିଁ

ଦିଲ୍ଲୀରେ ଚାଷୀ ଓ ପୋଲିସ ମୁହାଁମୁହିଁ

ଦିଲ୍ଲୀ, ଭାରତ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଦିଲ୍ଲୀରେ ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଟ୍ରାକ୍ଟର ରାଲି କରିଛନ୍ତି । ଦିଲ୍ଲୀ ସୀମା ଭିତରକୁ ରାଲି କରି ଯିବାବେଳେ ଚାଷୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନରତ ଚାଷୀ ସିନ୍ଧୁ ଏବଂ ଟିକ୍ରି ସୀମାରେ ବ୍ୟାରିକେଡ ଭାଙ୍ଗି ଟ୍ରାକ୍ଟର ରାଲିରେ ଯାଇ ଲାଲକିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ଲାଠିମାଡ଼ ଆରମ୍ଭ କରିଛି । ଏହାକୁ ନେଇ ଧାରଣାରତ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।