You are currently viewing ପୂର୍ବରେଳ ବିଭାଗ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପୂର୍ବରେଳ ବିଭାଗ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କୋଲକାତା, ଗତକାଲି ସନ୍ଧ୍ୟାରେ କୋଲକାତାର ଗ୍ରାଣ୍ଡରୋଡରେ ଥିବା କୋଏଲାଘାଟି ବିଲଡିଂରେ ନିଆଁ ଲାଗିଯିବା ଯୋଗୁଁ ସେଠାରେ ଏକ ଦାରୁଣ ପରିସ୍ଥିତି ସୃଷ୍ଟି ହୋଇଛି । ୧୧ ମହଲାରେ ଥିବା ଏହି କାର୍ଯ୍ୟାଳୟରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଲିଫ୍ଟ ସାହାର୍ଯ୍ୟରେ ଯାଉଥିବା ବେଳେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିଥିଲେ ।

ଯାହାଫଳରେ ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସ୍ଆଇଙ୍କୁ ମିଶାଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ସେହପରି ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ଏଯାବତ୍ ମିଳିପାରିନାହିଁ । ଦଶଟି ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ।
ଖବର ପାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତାରାତି ଘଟଣାସ୍ଥଳକୁ ଯାଇଥିଲେ । ମୃତକଙ୍କ ପରିବାର ବର୍ଗଙ୍କୁ ଦଶ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ଦିଦି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ କରାଯିବ ବୋଲି ରେଳବିଭାଗ ସୂତ୍ରରୁ ପ୍ରକାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।