You are currently viewing କରୋନା ଭ୍ୟାକସିନକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ରସରକାର

କରୋନା ଭ୍ୟାକସିନକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ରସରକାର

ନୂଆଦିଲ୍ଲୀ, ସାରା ଦେଶ କରୋନା ଭ୍ୟାକସିନ ଅପେକ୍ଷାରେ ରହିଛି । ସେପଟେ କେନ୍ଦ୍ରସରକାର କରୋନା ଭ୍ୟାକସିନକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡ ଲାଇନରେ ଏହା କୁହାଯାଇଛି ଯେ, ଭାରତରେ କାହାକୁ ଓ କିଭଳି ଭ୍ୟାକସିନ୍ ଦିଆଯିବ।
କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, କରୋନା ଭାଇରସ୍ ଭ୍ୟାକସିନ୍ ଦେବାର ପକ୍ରିୟା ନିର୍ବାଚନ ଭଳି ହେବ। ପ୍ରତି ଭ୍ୟାକସିନ୍ ସାଇଟରେ ୫ ଭ୍ୟାକସିନ୍ ଅଫିସର ରହିବେ। ଏଥିରେ ଜଣେ ସୁରକ୍ଷାକର୍ମୀ, ଜଣେ ଅଧିକାରୀ ଭୋଟିଂ, ଜଣେ ଭ୍ୟାକ୍ସିନେସନ୍ ଓ ଜଣେ ଦୃଷ୍ଟିଦେବା ପାଇଁ ରହିବେ। ଲୋକଙ୍କ ପର୍ଯ୍ୟନ୍ତ ଭ୍ୟାକସିନ୍ ପହଁଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏକ ଏକ୍ସପର୍ଟ ଗ୍ରୁପ୍ ତିଆରି କରିଛନ୍ତି। ଏହି ଗ୍ରୁପର ନାଁ  ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭ୍ୟାକସିନ୍ ଆଡମିନଷ୍ଟେ୍ରସନ୍ ଫର କୋଭିଡ୍-୧୯ ରଖାଯାଇଛି। ଏକ୍ସପର୍ଟ ଗ୍ରୁପ ଭାରତରେ ଭ୍ୟାକସିନ୍ ଆସିବା ଉପରେ ରାଜ୍ୟକୁ ଗାଇଡ୍ କରିବେ।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ଭାରତରେ କରୋନା ଭ୍ୟାକସିନ୍ ଆସିବା ଉପରେ ପ୍ରତି ସେସନରେ ପ୍ରଥମେ ସ୍ବାସ୍ଥ୍ୟ କର୍ମଚାରୀ ଓ ଫ୍ରଣ୍ଟଲାଇନ୍ ଓ୍ବାର୍କସଙ୍କୁ ଭ୍ୟାକସିନ୍ ଦିଆଯିବ। ପ୍ରତି ସେସନରେ ଏମାନଙ୍କ ପାଇଁ ଅଲଗା ଭ୍ୟାକ୍ସିନେସନ୍ ସାଇଟ୍ ଫିକ୍ସ କରାଯିବ। ଏହାଛଡା ହାଇ ରିସ୍କ ଲୋକଙ୍କୁ ମଧ୍ୟ ଅଲଗା ଭାବରେ ମୋବାଇଲ ସାଇଟ୍ ଓ ଟିମ୍ ତିଆରି କରାଯିବ। କରୋନା କାରଣରୁ ଯେତେବ ବ୍ୟବସ୍ଥା କରାଯାଇ ହେବ, ସେଥିରେ ୧ ଘଣ୍ଟାରେ ୧୩ ରୁ ୧୪ ଜଣ ଲୋକଙ୍କୁ କରୋନା ଭ୍ୟାକସିନ୍ ଦେଇ ହେବ। ଏଥିପାଇଁ କେନ୍ଦ୍ର ସରକାର କମ୍ୟୁନିଟି ହଲ୍ ଓ ମେକସିଫ୍ଟ ଟେଣ୍ଟ ମଧ୍ୟ ତିଆରି କରିପାରନ୍ତି। ଯେଉଁ ଲୋକଙ୍କୁ ଭ୍ୟାକସିନ୍ ଦିଆଯିବ ତାଙ୍କୁ ଭ୍ୟାକସିନ୍ ଲଗାଯିବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ନଜରରେ ରଖାଯିବ, ଯାହାଦ୍ବାରା  କୌଣସି ପ୍ରକାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।