You are currently viewing ଝୁଲା ପୋଲ ଭୁଶୁଡିବା ଘଟଣା : କମ୍ପାନୀ ନାଁରେ ଏଫଆଇଆର

ଝୁଲା ପୋଲ ଭୁଶୁଡିବା ଘଟଣା : କମ୍ପାନୀ ନାଁରେ ଏଫଆଇଆର

ଅହମ୍ମଦାବାଦ (୩୧.୧୦.୨୨) : ଗୁଜୁରାଟ ଝୁଲା ପୋଲ ଟ୍ରାଜେଡିରେ ଏଯାଏଁ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏବେବି ହସ୍ପିଟାଲରେ ଅନେକ ଗୁରୁତ୍ୱରଙ୍କ ଚିକିତ୍ସା ଚାଲିଛି । ଏହା ମଧ୍ୟରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ତେବେ ଏହା ସହିତ ଖେଲିବାରେ ଲାଗିଛି ଦୁର୍ଘଟଣା ପଛର ରହସ୍ୟ । ଏହି ଝୁଲା ପୋଲର ନଥିଲା ଫିଟନେସ ସାଟିଫିକେଟ । ସ୍ଥାନୀୟ ମ୍ୟୁନିସିପାଲଟିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏକ ଘରୋଇ କମ୍ପାନୀ ଓରେବା ଦ୍ୱାରା ନିର୍ମିତ ଏହି ପୋଲକୁ ମିଳିନଥିଲା ଫିଟ୍‌ନେସ ସାର୍ଟିଫିକେଟ୍। ଗତ ୭ ମାସ ଧରି ପୋଲର ମରାମତି ଚାଲିଥିଲା। ହେଲେ ଛଠ୍ ପୂଜା ପାଇଁ ଗତ ୪ ଦିନ ତଳେ ତରବରିଆ ଭାବେ ଏହି ପୋଲଟିକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା।

ଗତକାଲି ଛଠ୍ ପୂଜାର ତୃତୀୟ ଦିନ ଥିଲା। ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ଭିଡ। ଶହ ଶହ ସଂଖ୍ୟାରେ ଝୁଲା ପୋଲ ଉପରେ ଲୋକ ରୁଣ୍ଡ ହୋଇଥିଲେ। ନା ପ୍ରଶାସନର କୌଣସି କଟକଣା ଥିଲା ନା କୌଣସି ପୁଲିସର ସୁରକ୍ଷା ବ୍ୟବସ୍ଥା। ଏକା ସାଙ୍ଗରେ ପୋଲ ଉପରେ ଚଢ଼ି ଯାଇଥିଲେ ୫୦୦ରୁ ଅଧିକ ଲୋକ। ଫଳରେ ଏତେ ବଡ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପୋଲ ନିର୍ମାଣ କରିଥିବା ଘରୋଇ କମ୍ପାନୀ ଓ ତା’ର ଅଧିକାରୀଙ୍କ ନାଁରେ ହତ୍ୟା ମମଲା ରୁଜୁ ହୋଇଛି। ଏହି ଦୁର୍ଘଟଣାର ତଦନ୍ତ ପାଇଁ ଗୁଜରାଟ ସରକାର ୫ ଜଣିଆ ସଦସ୍ୟ ବିଶିଷ୍ଠ ଏସ୍‌ଆଇଟି ଟିମ୍ ଗଠନ କରିଛନ୍ତି।  

ଅନ୍ୟମାନଙ୍କୁ ଜଣାନ୍ତୁ।