You are currently viewing ହସ୍ପିଟାଲରେ ଭର୍ତି ହେଲେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ

ହସ୍ପିଟାଲରେ ଭର୍ତି ହେଲେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସୂଚନା ମୁତାବକ, ପେଟରେ ଯନ୍ତ୍ରଣା ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଶିମଲାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଆଇଜିଏମସି)ରେ ଭର୍ତ୍ତି କରାଯାଇଛି।

ଆଇଜିଏମସିର ଚିକିତ୍ସା ଅଧୀକ୍ଷକ ଡା.ରାହୁଲ ରାଓ କହିଛନ୍ତି, ପେଟ ଯନ୍ତ୍ରଣା ହେତୁ ସିଏମ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଅଲଟ୍ରାସାଉଣ୍ଡ ରିପୋର୍ଟ ନର୍ମାଲ ଆସିଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆମେ ତାଙ୍କର ସମସ୍ତ ଡାକ୍ତରୀ ପରୀକ୍ଷା କରିଛୁ। ରିପୋର୍ଟ ସ୍ୱାଭାବିକ ଅଛି।

ଅନ୍ୟମାନଙ୍କୁ ଜଣାନ୍ତୁ।