You are currently viewing ହରିୟାଣାରେ ଭୟଙ୍କର ଭୂସ୍ଖଳନ

ହରିୟାଣାରେ ଭୟଙ୍କର ଭୂସ୍ଖଳନ

ଚଣ୍ଡିଗଡ଼ ୦୧/୦୧: ନୂଆବର୍ଷର ପ୍ରଥମ ଦିନରେ ଗୋଟିଏ ପରେ ଗୋଟିଏ ଅଘଟଣ । ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ହରିଆଣାରେ ଏକ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମାଟିତଳେ ଫସି ରହିଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ତେବେ ଏଯାଏ ସେମାନଙ୍କର କୌଣସି ବି ପତ୍ତା ମିଳିନି।


ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଧ୍ୟ ଦାଦମ ଖଣି ଅଞ୍ଚଳରେ କାମ ଚାଲିଥିଲା। ତେବେ ହଠାତ୍ ଗୋଟିଏ ବିରାଟ ପାହାଡ଼ର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାମ କରୁଥିବା ୧୦ରୁ ୧୫ ଜଣ ଶ୍ରମିକ ଗାଡ଼ି ସହ ଏହା ତଳେ ଚାପି ହୋଇଯାଇଛନ୍ତି। ସେଥିମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସ ଯୋଗେ ଆହତ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। କ’ଣ ପାଇଁ ପାହାଡ଼ ଧସିଲା, ସେକଥା ଏଯାଏ ଜଣାପଡ଼ିନି। କିନ୍ତୁ ପାହାଡ଼କୁ ଫଟାଇବା ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ଶୀଘ୍ର ଉଦ୍ଧାର କାର୍ୟ୍ୟ ଏବଂ ଆହତମାନଙ୍କୁ ତୁରନ୍ତ ସହାୟତା ନିଶ୍ଚିତ କରିବାକୁ ମୁଁ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ବୋଲି ଟ୍ୱିଟ୍ କରି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ଅନ୍ୟମାନଙ୍କୁ ଜଣାନ୍ତୁ।