You are currently viewing ମେ 10ରୁ ତାମିଲନାଡୁ ଲକଡାଉନ

ମେ 10ରୁ ତାମିଲନାଡୁ ଲକଡାଉନ

ଚେନ୍ନାଇ-08.05.2021, କରୋନା ମହାରୀର ଆତଙ୍କ ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି । ଦିନକୁ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ତାମିଲନାଡୁରେ ରେକର୍ଡ ସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି । ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ତାମିଲନାଡୁରେ ଲକଡାଉନ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ମେ ୧୦ ତାରିଖରୁ ଦୁଇ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମେ ୧୦ ତାରିଖ ପାହାନ୍ତା ୪ଟାରୁ ମେ ୨୪ ତାରିଖ ପାହାନ୍ତା ୪ଟା ପର୍ଯ୍ୟନ୍ତା‌ ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।