You are currently viewing କେମିକାଲ କାରଖାନାରେ ବିସ୍ଫୋରଣ, ୨ ମୃତ

କେମିକାଲ କାରଖାନାରେ ବିସ୍ଫୋରଣ, ୨ ମୃତ

ଅହମଦାବାଦ ୧୬/୧୨ : ଗୁଜୁରାଟ ପଞ୍ଚମହାଲ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ବ୍ୟାପକ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି।  ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଛି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି ।

ସୂଚନା ଅନୁଯାୟୀ ଏହି ଘଟଣା ଗୁଜୁରାଟ ପଞ୍ଚମହାଲ ଜିଲ୍ଲାର ଫ୍ଲୋରା କେମିକାଲ୍ସ କାରଖାନାରେ ଘଟିଛି। ବର୍ତ୍ତମାନ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି। ତେବେ କାରଖାନାରେ ବିସ୍ଫୋରଣ କିଭଳି ହେଲା ସେ ସମ୍ପର୍କ କିଛି ଜଣାପଡିନାହିଁ। ଘଟଣାସ୍ଥଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।