You are currently viewing ନିଟ୍ ପିଜି ପରୀକ୍ଷା ସ୍ଥଗିତ 

ନିଟ୍ ପିଜି ପରୀକ୍ଷା ସ୍ଥଗିତ 

ନୂଆଦିଲ୍ଲୀ-୦୪.୦୨.୨୦୨୨, ଘୁଞ୍ଚିଲା ୨୦୨୨ ନିଟ୍ ପରୀକ୍ଷା ।  ୬ରୁ ୮ ସପ୍ତାହ ଯାଏଁ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୂର୍ବରୁ  ମାର୍ଚ୍ଚ ୧୨ ତାରିଖରେ ପରୀକ୍ଷା କରିବା ନେଇ ନିଷ୍ପତ୍ତି ହୋଇଥିଲା ।କିନ୍ତୁ ଛାତ୍ରଛାତ୍ରୀ ମାନେ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଦାବି କରିଥିଲେ । ଏନେଇ ସୁପ୍ରିମକୋର୍ଟରେ ମାମଲା ଦାୟର୍ ମଧ୍ୟ କରାଯାଇଥିଲା । କାଉନସେଲିଂ ତାରିଖକୁ ନେଇ ବିବାଦ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି । ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।