You are currently viewing ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ ଓ ଲାଲୁ

ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ ଓ ଲାଲୁ

ପାଟଣା (୧.୯.୨୨) : ଦୁଇ ବରିଷ୍ଠ ନେତା ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ରବିବାର କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୬ବର୍ଷ ପରେ ପ୍ରଥମଥର ପାଇଁ ଏହି ଭେଟ ହେବାକୁ ଯାଉଛି । ଏହି ବୈଠକରେ ରାହୁଲ ଗାନ୍ଧି ଯୋଗ ଦେବେ ବୋଲି ସୂଚନା ରହିଛି । କିନ୍ତୁ ରାହୁଲ ଗାନ୍ଧି ଏବେ କେରଳରେ ଅଛନ୍ତି । ସେ କଂଗ୍ରେସ ପକ୍ଷରୁ ଭାରତ ଯୋଡ ଯାତ୍ରାରେ ବ୍ୟସ୍ତ ଅଛନ୍ତି । ୨୦୧୫ ବିହାର ନିର୍ବାଚନ ବେଳେ ଏକ ଇଫତାର ପାର୍ଟିରେ ନୀତୀଶ ଓ ସୋନିଆଙ୍କ ଭେଟ ହୋଇଥିଲା । କେନ୍ଦ୍ରରୁ ବିଜେପି ଶକ୍ତିକୁ ହଟାଇବା ପାଇଁ ନୀତୀଶ କୁମାର ପୁରା ଦମରେ ଲାଗିପଡିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ନୀତୀଶ କୁମାର ପ୍ରସ୍ତୁତ ହେଉଛନ୍ତି । ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ ଏକତ୍ରିତ କରି ଶକ୍ତିଶାଳି କରିବାକୁ ପ୍ରୟାସ କରୁଛନ୍ତି । ଗତ ମାସରେ ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସ ନେତା ରାହୁଲଗାନ୍ଧି, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏବଂ ଅଖିଲେଶ ଯାଦବ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ବିରୋଧି ଦଳର ନେତାଙ୍କୁ ଭେଟିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।