ODISHA-TABLEAU

ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ

ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ । ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅଧିକାର କରିଛି । ବିଚାରକ ମଣ୍ଡଳୀ ଓଡିଶାର ପ୍ରଜ୍ଞାପନ ମେଢକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି । ତେବେ ଏହା ପଛକୁ ରହିଛି ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନରେ ରହିଛି ତାମିଲାନାଡୁର ପ୍ରଜ୍ଞାପନ ମେଢ । 

ଚଳିତବର୍ଷ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର କଳା କାରିଗରୀ ଦେଖିବାକୁ ମିଳିଥିଲା । ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଯାହାକି ଏବେ ଦିଲ୍ଲୀ ଦରବାରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ସେପଟେ ବିଭାଗମାନଙ୍କ ଭିତରେ ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଏବଂ ଶିଖ୍ ରେଜିମେଣ୍ଟର ମାର୍ଚିଂ କଣ୍ଟିଜେଣ୍ଟ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।