You are currently viewing ଓମିକ୍ରନ୍ ଭୁତାଣୁ ପାଇଁ କେନ୍ଦ୍ରର ସମୀକ୍ଷା ବୈଠକ

ଓମିକ୍ରନ୍ ଭୁତାଣୁ ପାଇଁ କେନ୍ଦ୍ରର ସମୀକ୍ଷା ବୈଠକ

ନୂଆଦିଲ୍ଲୀ-୩୦.୧୧.୨୦୨୧,  କରୋନା ସଂକ୍ରମଣ କମୁଥିବାବେଳେ ଏବେ ପୁଣି କରୋନା ଭାଇରସ ର ନୂଆ ପ୍ରଜାତି ଓମିକ୍ରନର ଆତଙ୍କ ସାରା ବିଶ୍ବରେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଦିନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଉପରେ ଏକ ସମୀକ୍ଷା ବୈଠକ ଡକାଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଏହି ବୈଠକରେ ଓମିକ୍ରନ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି ।
ଦକ୍ଷିଣ ଆଫ୍ରିକାରେ ସର୍ବପ୍ରଥମେ ମିଳିଥିବା ଓମିକ୍ରନ୍ ଭୁତାଣୁ ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି । ଏଥିପାଇଁ ଦିଲ୍ଲୀର ଲୋକନାୟକ ହସପିଟାଲକୁ ଓମିକ୍ରନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଓମିକ୍ରନରେ ଚିହ୍ନଟ ରୋଗୀମାନଙ୍କୁ ଏଠାକୁ ଆଣି ଚିକିତ୍ସା କରାଯିବ । ଅନ୍ୟପକ୍ଷରେ, ଓମିକ୍ରନ ଚିହ୍ନଟ ହୋଇଥିବା ଦେଶଗୁଡ଼ିକରୁ ବିମାନ ସେବା ସଂପୂର୍ଣ୍ଣ ବନ୍ଦ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।