You are currently viewing ବ୍ଲୁ-ଟିକ୍ ପାଇଁ ଦେବାକୁ ପଡ଼ିବ ୧୨୦୦ ଟଙ୍କା

ବ୍ଲୁ-ଟିକ୍ ପାଇଁ ଦେବାକୁ ପଡ଼ିବ ୧୨୦୦ ଟଙ୍କା

ନୂଆଦିଲ୍ଲୀ୨୦/୦୨, ଏଣିକି ସହଜରେ ପାଇପାରିବେ ଫେସବୁକ୍ ବ୍ଲୁ ଟିକ୍ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏଣିକି ବ୍ଲୁ ଟିକ୍ ସହଜରେ ମିଳିଯିବ । ଚଳିତ ସପ୍ତାହରେ ମେଟା ଭେରିଫାଏଡ୍ ଲଞ୍ଚ କରାଯିବା ନେଇ ଘୋଷଣା କରିଛନ୍ତି ମେଟା ଫାଉଣ୍ଡର ମାର୍କ ଜୁକରବର୍କ । ଏହାଦ୍ୱାରା ଟଙ୍କା ଦେଇ ବ୍ଲୁ ଟିକ୍ ହାସଲ କରିପାରିବେ ଏବଂ ଆକାଉଣ୍ଟ ଭେରିଫାଏଡ୍ ମଧ୍ୟ କରାଯାଇପାରିବ । ଏହା ପୂର୍ବରୁ ଟ୍ୱିଟରକୁ ନେଇ ଏଲନ୍ ମସ୍କ ମଧ୍ୟ ଏଭଳି ଘୋଷଣା କରିସାରିଛନ୍ତି । ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଏକ ନିର୍ଦ୍ଧାରିତ ପ୍ରାପ୍ୟ ଦେବାକୁ ପଡ଼ିବ ବୋଲି ମସ୍କ ଘୋଷଣା କରିଥିଲେ । ବ୍ଲୁ ଟିକକୁ ନେଇ ଫେସବୁକ ବଡ଼ ଘୋଷଣା କରିବ ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଏଥିପାଇଁ ମାର୍କ ଜୁକରବର୍ଗଙ୍କ ଟିମ୍ ଦୀର୍ଘ ଦିନ ଧରି ମେଟା ଭେରିଫାଏଡ ଡାଟା ଉପରେ ଗବେଷଣା ମଧ୍ୟ କରୁଥିଲେ । ଆଉ ଏବେ ଜୁକରବର୍ଗ ଫେସବୁକକୁ ନେଇ ଏହି ବଡ଼ ଘୋଷଣା କରିଛନ୍ତି । ଜୁକରବର୍ଗ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଚଳିତ ସପ୍ତାହରେ ଆମେ ମେଟା ଭେରିଫାଏଡ୍ ନାମକ ଏକ ସବସ୍କ୍ରିପସନ୍ ସର୍ଭିସ ଆରମ୍ଭ କରିବାକୁ ଯାଉଛୁ । ଏହା ଦ୍ୱାରା ଜଣେ ବ୍ୟକ୍ତି ସରକାରୀ ପରିଚୟ ପତ୍ର ଦେଇ ନିଜର ଆକାଉଣ୍ଟକୁ ଭେରିଫିକେସନ୍ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।