You are currently viewing ଇଣ୍ଡୋନେସିଆରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ଇଣ୍ଡୋନେସିଆରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ଇଣ୍ଡୋନେସିଆ: ଦିନିକିଆ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି ମୋଦୀ। ଭାରତ-ଏସିଆନ ସମ୍ମିଳନୀ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ ପାଇଁ ଦିନିକିଆ ଇଣ୍ଡୋନେସିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଇଣ୍ଡୋନେସିଆରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ମୋଦି ଆଜି ଭୋର୍ ୩ଟାରେ ଜାକର୍ତ୍ତାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି।

ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟମାନେ ନାଚଗୀତ ସହ ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ ୱେଲକମ୍ କରିଛନ୍ତି। ମୋଦିଙ୍କୁ ଭେଟିବା ପାଇଁ ହୋଟେଲ ବାହାରେ ରାତି ସାରା ଅନିଦ୍ରା ହୋଇ ଅପେକ୍ଷା କରିଥିଲେ ଭାରତୀୟ। ଛୋଟ ଛୁଆଠୁ ପ୍ରାପ୍ତ ବୟସ୍କ ପର୍ୟ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଉତ୍କଣ୍ଠାର ସହ ଅନାଇ ବସିଥିଲେ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ପ୍ରବାସୀମାନେ ପାରମ୍ପରିକ ପୋଷକ ପରିଧାନ କରି ହାତରେ ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ ଧରି ବନ୍ଦେ ମାତରମ୍, ମୋଦି ମୋଦି ନାରା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମସ୍ତଙ୍କ ସହ ହାତ ମିଳାଇ ଅଭିବାଦନ ଜଣାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।