You are currently viewing ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ପାଣାଜୀ-୨୮/୦୩, ଲଗାତାର ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ । ପାଣାଜୀର ଶ୍ୟାମ ପ୍ରସାଦ ମୁଖାର୍ଜୀ ଷ୍ଟାଡିଅମରେ ସେ ୮ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ- ବିଜେପି ବିଧାୟକ ବିଶ୍ୱଜିତ ରାଣେ, ମୌଭିନ ଗୋଡିନ୍ହୋ, ରବି ନାୟକ, ନୀଲେଶ କ୍ୟାବରାଲ, ସୁଭାଷ ଶିରୋଦକର, ରୋହନ ଖୁଣ୍ଟେ, ଆଟାନାସିଓ ମାନସେରେଟ୍ ଏବଂ ଗୋବିନ୍ଦ ଗୋଡେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ହିବାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲିକର ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।