You are currently viewing ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ଅଭିଭାଷଣ : ପେପର ଲିକ୍ ମାମଲାରେ ସରକାର କରିବେ ଯାଞ୍ଚ

ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ଅଭିଭାଷଣ : ପେପର ଲିକ୍ ମାମଲାରେ ସରକାର କରିବେ ଯାଞ୍ଚ

ଏଏନଏସ : ଆଜି ଲୋକସଭା ଅଧିବେଶନର ଚତୁର୍ଥ ଦିନ । ଏନଡିଏ ସରକାର ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ବୈଠକକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ସମସ୍ତ ନବ ନିର୍ବାଚିତ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଚଳିତ ବର୍ଷ ନିର୍ବାଚନ ଆୟୋଗଙ୍କୁ ପ୍ରଶଂସା କରିଛନ୍ତି ।

ଏଥିସହ, ସଂସଦରେ ମୁର୍ମୁ ନିଜର ଅଭିଭାଷଣରେ ନିଟ୍‌-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତା ବିଷୟରେ ଉଲ୍ଲେଖ କରିଛନ୍ତି । କାହାର ପକ୍ଷ ନନେଇ ସରକାର ପେପର ଲିକ୍ ମାମଲାରେ ଯାଞ୍ଚ କରିବେ ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଏହାସହ , ସଂସଦରେ ମୁର୍ମୁ ନିଜର ଅଭିଭାଷଣରେ ସରକାରଙ୍କ ସଫଳତା ବିଷୟରେ ପ୍ରଶଂସା କରିଥିଲେ ଏବଂ ଆଗାମୀ ବଜେଟ ଭବିଷ୍ୟତର ଦୁଷ୍ଟିକୋଣରୁ ଏକ ଦସ୍ତାବିଜ ହେବ ବୋଲି କହିଥିଲେ । 

ଅନ୍ୟମାନଙ୍କୁ ଜଣାନ୍ତୁ।