You are currently viewing ପିଏସଏଲଭି-ସି ୫୨ର ସଫଳ ପରୀକ୍ଷଣ

ପିଏସଏଲଭି-ସି ୫୨ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୧୪/୦୨: ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ସଫଳତାର ସହ ଲଞ୍ଚ ହେଲା ପିଏସ୍ ଏଲ୍ ଭି-ସି୫୨ । ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା , ଇସ୍ରୋ ତାର ପ୍ରଥମ ମିଶନ ଲଞ୍ଚ କରି ସଫଳ ହୋଇଛି। କ୍ଷୁଦ୍ର ସାଟେଲାଇଟ୍ ସହ ପିଏସ୍ ଏଲ୍ ଭି-ସି୫୨ ର ଉତକ୍ଷେପଣ କରାଯାଇଛି । ଏହାର ଓଜନ ୧ ହଜାର ୭୧୦ କିଲୋଗ୍ରାମ ରହିଥିବା ବେଳେ ୫୨୯ କିଲୋମିଟର ବ୍ୟାପୀ କକ୍ଷ ପଥରେ ଏହା ପରିକ୍ରମଣ କରିବ । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରରୁ ସକାଳ ୫ଟା ୫୯ରେ ଏହାକୁ ଲଞ୍ଚ କରାଯାଇଥିଲା । ପିଏସ୍ ଏଲ୍ ଭି-ସି୫୨ ସହ ୨ଟି ଛୋଟ ସାଟେଲାଇଟ ମଧ୍ୟ ପଠାଯାଇଛି। ସେଥିରୁ ଗୋଟିଏ ଉପଗ୍ରହ ହେଉଛି ଇନସ୍ପାୟାର ସ୍ୟାଟ-୧ । EOS-04 ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ ଯାହାକି ବନ୍ୟା ଓ କୃଷି ସମ୍ପର୍କରେ ସଠିକ ସୂଚନା ଦେବା ସହ ସମସ୍ତ ପାଣିପାଗ ସ୍ଥିତିରେ ଏହା ଉଚ୍ଚମାନର ଫଟୋ ଉତ୍ତୋଳନ କରିପାରିବ । କୃଷି, ଜଙ୍ଗଲ ଓ ବୃକ୍ଷରୋପଣ, ମୃତ୍ତିକା ଓ ବନ୍ୟା ଆଦି କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।