ନୂଆଦିଲ୍ଲୀ, ଆଜି ବାୟୁସେନାରେ ସାମିଲ ହୋଇଛି ୫ଟି ରାଫେଲ ଯୁଦ୍ଧ ବିମାନ । ଏହାକୁ ହସ୍ତାନ୍ତର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସବୁ ଧର୍ମର ବିଧିବିଧାନ ଅନୁସାରେ ଆନୁଷ୍ଠାନିକ ଭାବେ ବାୟୁସେନାରେ ରାଫେଲ ସାମିଲ ହୋଇଛି । ରାଜନାଥ ସିଂହ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଛି । ସିଡିଏସ ଜେନେରାଲ ବିପିନ ରାୱତ, ବାୟୁ ସେନାମୁଖ୍ୟ ଉପସ୍ଥିତ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଆଣିଛି ଭାରତ । ହରିଆଣାର ଆମ୍ବାଲା ଏୟାରବେସ୍ରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି, ଯେଉଁଥିରେ ଯୋଗ ଦେଇଛନ୍ତି ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି।