You are currently viewing ହାଥରସ ସତସଙ୍ଗ ଦଳାଚକଟା ଘଟଣା : ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

ହାଥରସ ସତସଙ୍ଗ ଦଳାଚକଟା ଘଟଣା : ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

ଏଏନଏସ :  ରାଏ ବରେଲି ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ ସତସଙ୍ଗ ଦଳାଚକଟା ଘଟଣାରେ ଶିକାର ହୋଇଥିବା ଲୋକଙ୍କ ପରିବାରକୁ ଭେଟିଛନ୍ତି । ରାହୁଲଙ୍କୁ ପାଖରେ ପାଇ ପୀଡିତାଙ୍କ ପରିବାର ଲୋକେ ରାହୁଲଙ୍କୁ ଧରି କାନ୍ଧିବାକୁ ଲାଗିଥିଲେ । ସେତେବେଳେ ରାହୁଲ ତାଙ୍କୁ ଆଲିଙ୍ଗନ କରି ଆଶ୍ୱସନା ଦେଇଥିଲେ । ଏହାପରେ ରାହୁଲ ଭୂମିରେ ବସି ପୀଡିତାଙ୍କ ପରିବାର ସହ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କୁ ଆଶ୍ୱସନା ଦେଇ କହିଥିଲେ କି ବ୍ୟସ୍ତ ହୁଅ ନାହିଁ ,ଆମେ ତୁମ ସାଥିରେ ଆଛୁ । ତୁମେ ସମସ୍ତେ ମୋର ପରିବାର । ଆମେ ସଂସଦରେ ଏହି ପ୍ରସଙ୍ଗରେ ଉଠାଇବୁ ।
ଏଥିସହ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହାଥରସ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ଅନିରୋଧ କରିଛନ୍ତି । ସୋମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ହୋଇଥିବାରୁ କ୍ଷତିପୂରଣ ଶୀଘ୍ର ପ୍ରଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।