You are currently viewing ରୁଷିଆରେ ବିମାନ ଦୁର୍ଘଟଣା,୧୬ ମୃତ

ରୁଷିଆରେ ବିମାନ ଦୁର୍ଘଟଣା,୧୬ ମୃତ

ମସ୍କୋ,୧୧/୧୦: ରୁଷିଆରେ ବିମାନ ଦୁର୍ଘଟଣା । । ମସ୍କୋରୁ ଉଡାଣ ଭରିଥିବା ଏଲ୍ ୪୧୦ ନାମକ ଏକ ବିମାନ ପ୍ରାୟ ୯୬୦ କିଲୋମିଟର ଦୂରରେ ଥିବା ମେଞ୍ଜଲିସ୍କ ସହରରେ ଏହି ବାମନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ମୋଟ ୨୩ ଜଣ ଯାତ୍ରୀ ଥିଲେ । ସେଥି ମଧ୍ୟରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣା ପଡିନାହିଁ । ସୂଚନା ଅନୁଯାୟୀ ବିମାନରେ ଦୁଇ ଜଣ ବିମାନ ଚାଳକ ସମେତ ୨୧ ଜଣ ପାରାଚ୍ୟୁଟିଷ୍ଟ ଥିଲେ । ବିମାନଟି ଉଡାଣ ପରେ ହିଁ ଖୁବ ଶୀଘ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ମାନଙ୍କୁ ଡାକ୍ତରାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।