You are currently viewing ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୁ

ଆଇସିୟୁରେ ଭର୍ତ୍ତି ହେଲେ ସାଏରା ବାନୁ

ମୁମ୍ବାଇ,୦୨/୦୯: ହିନ୍ଦୀ ଚଳଚ୍ଚିତ୍ରର ଅନ୍ୟତମ ଅଭିନେତ୍ରୀ ସାୟରା ବାନୁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏଭଳି ଅବନିତି ଦେଖାଦେଇଛି ଯେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ପ୍ରାରମ୍ଭିକ ଚିକିତ୍ସାରୁ ଜଣାନଡିଛି ଯେ ତାଙ୍କ ବ୍ଲଡ ପ୍ରେସର ମଧ୍ୟ ହାଇ ରହିଥିବା ବେଳେ ସୁଗାର ଲେବଲ ବଢିଯାଇଛି । ଏହାପରେ ଡାକ୍ତର ତାଙ୍କର ସମସ୍ତ ଟେଷ୍ଟ କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ସଫଳ ଚିକିତ୍ସା ଯୋଗୁଁ ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ କୁହାଯାଉଛି ଯେ ଦିଲୀପ କୁମାରଙ୍କ ମୃତ୍ୟୁ ପରେ ସାଏରାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁନଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।