You are currently viewing ସାବୁନ ଓ ଶାମ୍ପୁ ବଢାଉଛି କ୍ୟାନସର

ସାବୁନ ଓ ଶାମ୍ପୁ ବଢାଉଛି କ୍ୟାନସର

ନୂଆଦିଲ୍ଲୀ (୨୬.୧୦.୨୨) : ଲୋକପ୍ରିୟ ଡୋଭ ସାବୁନ ଓ ଶାମ୍ପୁ ବଢାଉଛି କ୍ୟାନସର । କେବଳ ଡୋଭ ନୁହେଁ ଟ୍ରେସମି ଭଳି ଅନେକ ନମୀ ଦାମୀ ଶାମ୍ପୁ ବ୍ରାଣ୍ଡ କ୍ୟାନ୍ସର ରୋଗ ସୃଷ୍ଟି କରୁଛି । ଏଭଳି ଦାବି କରିଛି ୟୁନିଲିଭର । କମ୍ପାନୀ କହିଛି, ବଡ ବଡ ଶାମ୍ପୁର ବ୍ରାଣ୍ଡରେ ଅନେକ କେମିକାଲ ପଦାର୍ଥ ରହିଛି, ଯାହା କ୍ୟାନସର ରୋଗ ସୃଷ୍ଟି କରୁଛି। ଏହାକୁ ତୁରନ୍ତ ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି।

ୟୁନିଲିଭର ଆମେରିକା ବଜାରରୁ ଡୋଭ୍‌, ନେକ୍ସସ୍‌, ଟ୍ରେସମି ଏୟାରୋସେଲ ଡ୍ରାଏ ଶାମ୍ପୁ, ସୁଆଭୋ ଓ ଟିଜି ସମେତ ଅନେକ ଡ୍ରାଏ ଶାମ୍ପୁକୁ ଫେରସ୍ତ କରିବାକୁ କହିଛି। ରିପୋର୍ଟ ମୁତାବକ, ଡ୍ରାଏ ଶାମ୍ପୁରେ ବନେଜିନ ଭଳି କେମିକାଲ ପଦାର୍ଥ ଥିବା ଦେଖିବାକୁ ମିଳିଛି। ଏହି କେମିକାଲ କ୍ୟାନ୍‌ସର ରୋଗ ସୃଷ୍ଟି କରୁଥିବା ଆଶଙ୍କା ରହିଛି। ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ତଥା ଏଫ୍‌ଡିଏ ଅନୁଯାୟୀ, ଏହି ଉତ୍ପାଦନ ଗୁଡିକ ୨୦୨୧ ଅକ୍ଟୋବର ପୂର୍ବରୁ ପ୍ରସ୍ତୁତ କରାଯାଇ ସାରା ଦେଶର ଖୁଚୁରା ବ୍ୟବସାୟୀମାନଙ୍କୁ ବିକ୍ରି କରିବାକୁ ବଣ୍ଟନ କରାଯାଇଥିଲା।  

ଅନ୍ୟମାନଙ୍କୁ ଜଣାନ୍ତୁ।