You are currently viewing ଶିଶୁର ଜୀବନ ରକ୍ଷାକଲା ବିଲେଇ

ଶିଶୁର ଜୀବନ ରକ୍ଷାକଲା ବିଲେଇ

ମୁମ୍ୱାଇ ୧୭/୧୧: ମୁମ୍ୱାଇରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଲେଇ ଏକ ନବଜାତଶିଶୁର ଜୀବନ ରକ୍ଷାକରିଛି ।  ଏଭଳି ଘଟଣା ମୁମ୍ୱାଇର ପତନ ନଗର ଜିଲ୍ଲାରେ  ଘଟିଛି । ସୂଚନା ଅନୁଯାୟୀ  ମୁମ୍ୱାଇର ପତନ ନଗର ଜିଲ୍ଲାରେ ଏକ ଡ୍ରେନରେ ଗୋଟିଏ ନବଜାତ ଶିଶୁଟି ଏକ କପଡ଼ାରେ ଗୁଡ଼ାହୋଇଥିବା ବେଳେ ପିଲାଟି ଭାସିଯାଉଥିଲା ।  ସେଠାରେ ଥିବା କିଛି ବିଲେଇ ଏହା ଦେଖି ଚିତ୍କାର କରିବାରୁ ଆଖପାଖ ଲୋକ ଦୈାଡ଼ି ଆସିଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନବଜାତ ଶିଶୁକୁ ନାଳରୁ ଉଦ୍ଧାର କରିବା ସହ ଡାକ୍ତରଖାନା ପଠାଇ ଏହାର ଚିକିତ୍ସା କରାଇଥିଲେ । ପୋଲିସ ଏବେ ଶିଶୁଟିକୁ ଧରି ଏକ ଫଟୋ ସେୟାର କରିଛି । ଟୁଇଟରେ ପୋଲିସ କହିଛି, ଶିଶୁଟିକୁ ପନ୍ତନଗର ପୋଲିସ ଷ୍ଟେସନର ନିର୍ଭାୟ ସ୍କ୍ୱାଡ ଦ୍ୱାରା ରାଜୱାଡି (ହସ୍ପିଟାଲ) ନିଆଯାଇଥିଲା । ଏବେ ସେ ସୁସ୍ଥ ଅଛି । ଶିଶୁଟିର ପିତା ମାତା କିଏ ତାହା ଅଯାଏ ଜଣାପଡିନି । ଏତେ ଛୋଟପିଲାଟିକୁ କିଏ ଏବଂ କାହିଁକି ନାଳରେ ଛାଡ଼ିଦେଇଥିଲା ଏ ବିଷୟରେ ପୋଲିସ ଯାଞ୍ଚ କରୁଥିବା କହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।